Category: Oriya



ଅର୍ଥ ରୁ ଅନର୍ଥ ଲେଖକ:ସୁବୋଧ କୁମାର ସାହୁ
ଗୋଟେ ଗାଁ ରେ ଗୋଟେ ସ୍ତ୍ରୀ ଲୋକଟିଏ ଥିଲା। ତାର ସ୍ଵାମୀ ସହରରେ କାମ କରୁଥିଲା । ସେ ତା ସ୍ଵାମୀ କୁ ଚିଠି ଲେଖିବାକୁ ଚାହୁଁଥିଲା କିନ୍ତୁ ଅଳ୍ପ ଜ୍ଞାନ ଥିବାରୁ ତାକୁ ଏକଥା ଜଣା ନଥିଲା ଯେ ପୂର୍ଣ୍ଣଚ୍ଛେଦ କେଉଁଠି ଲାଗିବ । ସେଥିପାଇଁ ତାର ଯେଉଁଠି ମନ ସେଇଠି ପୂର୍ଣ୍ଣଚ୍ଛେଦ ଦେଉଥିଲା । ଏ ପ୍ରକାର ସେ ଚିଠି ଲେଖିଥିଲା ।
ମୋ ପ୍ରିୟର ପ୍ରାଣନାଥ ମୋ ପ୍ରଣାମ ତୁମକୁ । ତମେ ଆଜିଯାଏ ଚିଠି ଲେଖିନାହଁ ମୋ ସଙ୍ଗିନୀକୁ ।ଚାକିରି ମିଳିଗଲା ଆମ ଗାଈ । ବାଛୁରି ଦେଇଛି ଜେଜେବାପା । ମଦ ପଈବା ଆରମ୍ଭ କରି ଦେଈଛି ମୁଁ । ବହୁତ ଚିଠି ଲେଖିଛି କିନ୍ତୁ ତୁମେ ଆସିନାହଁ କୁକୁର ଛୁଆ । ଗଧିଆ ଖାଇଗଲା ଦୁଇମାସ ପାଇଁ ଡାଲି ଚାଉଳ । ଛୁଟିରେ ଆସିଲାବେଳେ ନେଇ ଆସିବ ଏକ ସୁନ୍ଦର ସ୍ତ୍ରୀଲୋକ । ମୋର ସଙ୍ଗିନୀ ବନିଯାଇଛି । ଏଇ ସମୟରେ ଟିଭିରେ ଗୀତ ଗାଉଛି ଆମ ଛେଳି । ବିକା ହେଇ ଯାଇଛି ତୁମ ମା । ତୁମକୁ ମନ ପକାଉଛନ୍ତି ଏକ ପଡୋଶୀ ।ମୋତେ ବହୁତ ହଇରାଣ କରୁଛି ତୁମ ଭଉଣୀ ।ମୁଣ୍ଡ ବ୍ୟଥା ଲାଗି ଶୋଈଛି
ତୁମ ସ୍ତ୍ରୀ ।
ଠିକରେ ଲେଖିଲେ
ମୋ ପ୍ରିୟର ପ୍ରାଣନାଥ ମୋ ପ୍ରଣାମ ତମକୁ । ତମେ ଆଜିଯାଏ ଚିଠି ଲେଖିନାହଁ । ମୋ ସଙ୍ଗିନୀକୁ ଚାକିରି ମିଳିଗଲା । ଆମ ଗାଈ ବାଛୁରି ଦେଇଛି । ଜେଜେବାପା ମଦ ପଈବା ଆରମ୍ଭ କରି ଦେଈଛି । ମୁଁ ବହୁତ ଚିଠି ଲେଖିଛି କିନ୍ତୁ ତୁମେ ଆସିନାହଁ ।କୁକୁର ଛୁଆ ଗଧିଆ ଖାଇଗଲା । ଦୁଇମାସ ପାଇଁ ଡାଲି ଚାଉଳ ଛୁଟିରେ ଆସିଲାବେଳେ ନେଇ ଆସିବ । ଏକ ସୁନ୍ଦର ସ୍ତ୍ରୀଲୋକ ମୋର ସଙ୍ଗିନୀ ବନିଯାଇଛି ।ଏଇ ସମୟରେ ଟିଭିରେ ଗୀତ ଗାଉଛି । ଆମ ଛେଳି ବିକା ହେଇ ଯାଇଛି । ତୁମ ମା ତୁମକୁ ମନ ପକାଉଛନ୍ତି । ଏକ ପଡୋଶୀ ମୋତେ ବହୁତ ହଇରାଣ କରୁଛି । ତୁମ ଭଉଣୀ ମୁଣ୍ଡ ବ୍ୟଥା ଲାଗି ଶୋଈଛି ।
ତୁମ ସ୍ତ୍ରୀ ।

-Baba s.k

Submitted on: Mon Dec 03 2012 01:46:28 GMT-0800 (PST)
Category: Original
Language: Oriya
Copyright: A Billion Stories (http://www.abillionstories.com) Submit your own work at http://www.abillionstories.com
Read submissions at http://abilionstories.wordpress.com
Submit a poem, quote, proverb, story, mantra, folklore in your own language at http://www.abillionstories.com/submit

Advertisements

ଫଟା ମୃଦଙ୍ଗକୁ ଜଡା ଗାୟକ, କାଣୀ ଦାରି ଯହିଁ ନାଚୁଛି ।
ଅବୁଝା ରାଜାକୁ କେମ୍ପେଇ ପାତର ଜାହା ଇଛା ତାହା ବୁଜୁଛି ।।

-BABA S.K

Submitted on: Mon Dec 03 2012 18:16:47 GMT+0530 (IST)
Category: Original
Language: Oriya
Copyright: A Billion Stories (http://www.abillionstories.com) Submit your own work at http://www.abillionstories.com
Read submissions at http://abilionstories.wordpress.com
Submit a poem, quote, proverb, story, mantra, folklore in your own language at http://www.abillionstories.com/submit


ଆକାଶର ଏକ ଧୃବ ତାରା ପରି
ଇଶ୍ଵର ଗଳାର ପୁଷ୍ପ ମାଳା ପରି
ଲକ୍ଷହୀନ ଏକ ପଥିକ ରୁପରେ
ଭୟଭିତ ହୋଇ ନିଜ ହୃଦୟରେ
ୟୁରୋପର ଏକ ବାସିନ୍ଦା ପରି ଚାଲିଯାଉଥିଲ ତୁମେ
ଶୁଶ୍ରୀ ର ଏକ ଗାଲିଚା ଉପରେ
ସଙ୍ଗିତା କୁ ଧରି ନିଜର ଓଷ୍ଠରେ
ନନ୍ଦ ନନ୍ଦିନୀ ର ନନ୍ଦିତ୍ୟକୁ ମୁଁ ବସିଥିଲି ସେହିଠାରେ ।।

-BABA S.K

Submitted on: Wed Nov 14 2012 05:51:24 GMT-0800 (PST)
Category: Original
Language: Oriya
Copyright: A Billion Stories (http://www.abillionstories.com) Submit your own work at http://www.abillionstories.com
Read submissions at http://abilionstories.wordpress.com
Submit a poem, quote, proverb, story, mantra, folklore in your own language at http://www.abillionstories.com/submit

%d bloggers like this: